Advertisment

ଦାଦନ ଖଟିବାକୁ ମାୟା ନଗରୀ ଯାଇଥିଲେ; ଚାଲିଗଲା ଜୀବନ

ସୁରେଶ ୧୫ ବର୍ଷ ହେବ ମୁମ୍ବାଇରେ ଏକ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Death person

Death person

ନିଜ ରାଜ୍ୟରେ କାମ ମିଳିଲାନି। ସେଥିପାଇଁ ଦାଦନ ଖଟିବାକୁ ମାୟା ନଗରୀକୁ ଯାଇଥିଲା ଘରର ଭେଣ୍ଡିଆ ପୁଅ। ହେଲେ ମୁମ୍ବାଇର ଏକ କମ୍ପାନୀରେ କାମ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ମୁମ୍ବାଇରେ । ମୃତ ଯୁବକ ଜଣଙ୍କ ହେଲେ ସୁରେଶ ରଣା।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁର ସୁରେଶ ୧୫ ବର୍ଷ ହେବ ମୁମ୍ବାଇରେ ଏକ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିଲେ। ହେଲେ ସୁରେଶ କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। କମ୍ପାନୀର ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ନିକଟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ।

ପୁଅର ମୃତଦେହ ଆଣିବାକୁ ପରିବାର ଲୋକଙ୍କ ନିକଟରେ ଆର୍ଥିକ ସମ୍ବଳ ନଥିଲା। ଗତକାଲି ରାତିରେ କମ୍ପାନୀ କର୍ମଚାରୀଙ୍କ ସହଯୋଗରେ ସୁରେଶଙ୍କ ମୃତଦେହ ଭୁବନେଶ୍ୱର ଅଣାଯାଇଥିଲା। ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ସୁରେଶଙ୍କ ମୃତଦେହ ନିଜ ଗାଁରେ ପହଞ୍ଚିଥିଲା। ପରେ ନିଜ ଗାଁରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ସୁରେଶଙ୍କ ମୃତ୍ୟୁ ପରେ ପରିବାରରେ ଶୋକା ଛାୟା ଖେଳିଯାଇଛି। ସୁରେଶଙ୍କର ବାପା ନଥିବା ବେଳେ ତାଙ୍କର ୪ ଭାଇ ଅଛନ୍ତି। ସୁରେଶ ଘରର ବଡ଼ ପୁଅ ଥିଲେ। 

Advertisment
Sonepur