Advertisment

ତାମିଲନାଡୁ ଯାଇଥିଲେ ଓଡ଼ିଆ ପୁଲିସ କନେଷ୍ଟବଳ, ପିଟି ଦେଲା ଗାଡ଼ି

ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ପୁଲିସର ୩୦ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି।

author-image
Niharika Rout
Accident Death

Accident Death

ତାମିଲନାଡୁରେ ଓଡ଼ିଆ ପୁଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ। ନିର୍ବାଚନ ଡ୍ୟୁଟି ପାଇଁ ତ୍ରିଚୀକୁ ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଛନ୍ତି ଓଡ଼ିଆ ପୁଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀ।

Advertisment

ପ୍ରମୋଦ କୁମାର ପଞ୍ଚମ IRBN ବାଟାଲିୟନ ବୌଦ୍ଧରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ। ୨୦୦୯ ମସିହାରେ ରାଜ୍ୟ ପୁଲିସ ବିଭାଗରେ ଯୋଗଦେଇଥିଲେ ପ୍ରମୋଦ।

ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ପୁଲିସର ୩୦ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି। ଗତ ୪ ତାରିଖରେ ପ୍ରମୋଦ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଏକ ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ପୁଲିସ।

Advertisment

ପ୍ରମୋଦଙ୍କ ଏଭଳି ମୃତ୍ୟୁରେ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଶୋକବ୍ୟକ୍ତ କରିଛନ୍ତି। ଏହାସହ ପ୍ରମୋଦଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Road Accident