Advertisment

ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା

୨୧ ବର୍ଷୀୟ ନମିତା ଚଳିତ ବର୍ଷ ଜୁଲାଇ ୨୬ ତାରିଖରେ ତେଲେଙ୍ଗାନା ରାଜ୍ୟର ସଂଗାରେଡ୍ଡୀଠାରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(IIT) ହାଇଦ୍ରାବାଦରେ ଏମ.ଟେକ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।

author-image
Manoranjan Sial
IIT

IIT

ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଛାତ୍ରୀଙ୍କ ନାଁ ନମିତା ନାୟକ। ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନ ଡୁମୁରି ଗାଁରେ ବୋଲି ଜଣାପଡିଛି।

Advertisment

୨୧ ବର୍ଷୀୟ ନମିତା ଚଳିତ ବର୍ଷ ଜୁଲାଇ ୨୬ ତାରିଖରେ ତେଲେଙ୍ଗାନା ରାଜ୍ୟର ସଂଗାରେଡ୍ଡୀଠାରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(IIT) ହାଇଦ୍ରାବାଦରେ ଏମ.ଟେକ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ସେ ହଷ୍ଟେଲ୍‌ରେ ରହି ପଢୁଥିଲେ। ଜଣେ ମେଧାବୀ ଛାତ୍ରୀ ଥିଲେ।

ତେବେ ନମିତା ଆତ୍ମହତ୍ୟା କରିଥିବା ସୋମବାର ରାତି ପ୍ରାୟ ୯ଟାରେ କଲେଜ କର୍ତ୍ତୃପକ୍ଷ ସଂଗାରେଡ୍ଡୀ ଥାନାକୁ ସୂଚନା ଦେଇଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଯାଞ୍ଚ ବେଳେ ଛାତ୍ରୀଙ୍କ ରୁମରୁ ଏକ ସୁଇସାଇଡ ନୋଟ ପୁଲିସ୍‌କୁ ମିଳିଛି। ସେଥିରେ ଛାତ୍ରୀ ଜଣକ ଅର୍ଥାଭାବ ଓ ପାଠ ପଢ଼ାର ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଲେଖିଛି ବୋଲି ପୁଲିସ୍‌ ସୂଚନା ଦେଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଆଇଆଇଟି ହାଇଦ୍ରାବାଦ କ୍ୟାମ୍ପସରୁ ଗତ ଏକ ବର୍ଷ ମଧ୍ୟରେ ୭ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତେବେ ବର୍ଷକ ମଧ୍ୟରେ କେବଳ ଗୋଟିଏ କ୍ୟାମ୍ପସରୁ ଏତେ ଜଣ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟାକୁ ନେଇ ଆଲୋଚନା ଜୋର ଧରିଛି।

ରିପୋର୍ଟ- ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

Suicide Sonepur IIT