Advertisment

ବଜ୍ରପାତ ଜନିତ ମୃତ୍ୟୁକୁ ଜାତୀୟ ବିପତ୍ତି ଘୋଷଣା ପାଇଁ ଦାବି

କେନ୍ଦ୍ର ଏ ଯାଏ ଉତ୍ତର ଦେଇନି। ଜାତୀୟ ବିପର୍ଯ୍ୟୟରେ ସାମିଲ ହେଲେ କେନ୍ଦ୍ର ଏହି ବିପତ୍ତିରେ ଅର୍ଥ ଦେବେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛୁ। ସେ ବିଚାର କରିବେ ବୋଲି କହିଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି।

author-image
Manoranjan Sial
Lightening

Lightening

ବଜ୍ରପାତ ଜନିତ ମୃତ୍ୟୁକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ରାଜ୍ୟର ଦାବି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବଜ୍ରପାତରେ ଅନେକ ଲୋକ ମରୁଛନ୍ତି। ରାଜ୍ୟ ସରକାର ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେଉଛନ୍ତି। ଆମେ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ଦେଇଛୁ ଯେ ଏହାକୁ ଜାତୀୟ ବିପର୍ଯ୍ୟୟ ତାଲିକାରେ ସାମିଲ କରିବାକୁ। ହେଲେ କେନ୍ଦ୍ର ଏ ଯାଏ ଉତ୍ତର ଦେଇନି। ଜାତୀୟ ବିପର୍ଯ୍ୟୟରେ ସାମିଲ ହେଲେ କେନ୍ଦ୍ର ଏହି ବିପତ୍ତିରେ ଅର୍ଥ ଦେବେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛୁ। ସେ ବିଚାର କରିବେ ବୋଲି କହିଥିବା ରାଜସ୍ୱମନ୍ତ୍ରୀ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ପ୍ରତିବର୍ଷ ବଜ୍ରପାତରେ ଶହଶହ ଲୋକଙ୍କ ମୃତ୍ୟୁ ହେଉଛି। କାହାର ପୁଅ ମରିଯାଉଛି ତ ଆଉ କାହାର ବାପା ବା ମାଆଙ୍କ ମୃତ୍ୟୁ ହେଉଛି। ପୂରା ପରିବାର ବେସାହାରା ହୋଇଯାଉଛି। ଏଥିପାଇଁ ରାଜ୍ୟ ସରକାର ଜଣକା ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରୁଛନ୍ତି। ସେଥିରେ କ’ଣ ଗୋଟିଏ ପରିବାର ସାରା ଜୀବନ ବଞ୍ଚିପାରିବ?

Lightening Death Lighting