ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ଘଟିଛି। ନିଜର ପୈତୃକ ଘର କେନ୍ଦୁଝର ଜିଲ୍ଲା ସ୍ଥିତ ବୈଦରାଜ ସାହିରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।
ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଥିଲେ ମାଗୁଣି କୁଅଁର। ଏଥିପାଇଁ ବାରମ୍ବାର ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଆଜି ଭୋରରୁ ମାଗୁଣି କୁଅଁର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
Also Read
କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଗୁଣି କୁଅଁର। ସେଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଗୁଣି କୁଅଁରଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।ମାଗୁଣୀ କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।