ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବେଲଡିହି ନିକଟରେ ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରୁଥିଲେ। ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥରେ ତାଙ୍କ ଗାଡ଼ିକୁ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ସେହିଭଳି ତାଙ୍କ ପିଏସଓ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ICUରେ କେମିତି ଚିକିତ୍ସା କରାଯାଉଛି ଦେଖନ୍ତୁ..
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର; ୭ ଆହତ
ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।