Advertisment

ବାହାନଗା ରେଳ ଦୁର୍ଘଟଣା: ଏବେ ବି ଚିହ୍ନଟ ହୋଇପାରିନି ୨୯ ଶବ

ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ଚିହ୍ନଟ ହୋଇପାରିନି ଶବ।

author-image
Debibandita Barick
ଅଦ୍ୟତନ ହୋଇଛି
undefined

Bahanaga Train Accident

ଏହାରି ମଧ୍ୟରେ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ବିତିଗଲାଣି ଦୁଇ ମାସ। ହେଲେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନି ୨୯ ମୃତଦେହ। ଏବେ ବି ହସ୍ପିଟାଲରେ ମୃତଦେହ ପଡିରହିଛି। ବିଭିନ୍ନ ଉପାୟରେ ମୃତଦେହ ଚିହ୍ନଟ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଦୁଇ ମାସ ପରେ ବି ୨୯ ମୃତଦେହ ଚିହ୍ନଟ ହୋଇପାରି ନାହିଁ।

Advertisment

ଭୁବନେଶ୍ୱରର AIIMS ଅଧୀକ୍ଷକ ଦିଲ୍ଲୀପ କୁମାର ପରିଡାଙ୍କ କହିବା ଅନୁସାରେ, "ଏଠାକୁ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଆସିଥିଲା, ସେଥିମଧ୍ୟରୁ ୧୩୩ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କୀୟ ତଥା ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଚିହ୍ନଟ ହୋଇପାରିନଥିବା ୮୧ଟି ମୃତଦେହ ମଧ୍ୟରୁ ୫୨ଟି ମୃତଦେହକୁ ପରବର୍ତ୍ତୀ ସମୟରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।"

ସେ ଆହୁରି କହିଛନ୍ତି, "ଗୋଟିଏ ମୃତଦେହ ଉପରେ ଏକାଧିକ ଦାବିଦାର ଏବଂ ଅନ୍ୟାନ୍ୟ ସମସ୍ୟା କାରଣରୁ ୧୦୩ଟି ମୃତଦେହର ଡିଏନ୍ଏ ନମୁନା ପରୀକ୍ଷା ପାଇଁ ନୂଆଦିଲ୍ଲୀକୁ ପଠାଯାଇଥିଲା। ଭୁବନେଶ୍ୱରର AIIMS ରେ ଥିବା ୨୯ଟି ଅଜ୍ଞାତ ଶବକୁ ସଂରକ୍ଷିତ ରଖାଯାଇଛି। ଶେଷ ପର୍ଯ୍ୟାୟ DNA ନମୁନା ରିପୋର୍ଟ ଗୋଟିଏ ସପ୍ତାହ ମଧ୍ୟରେ ଆସିବାର ସମ୍ଭାବନା ଅଛି। ରିପୋର୍ଟ ଆସିବା ପରେ ମୃତଦେହଗୁଡିକୁ କଣ କରାଯିବ ତାହା କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିର କରିବେ।"

Advertisment

ଜୁନ୍ ୨ ତାରିଖ ସନ୍ଧ୍ୟାରେ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ଏସଏମଭିପି-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ମଧ୍ୟରେ ବାହାନଗା ନିକଟରେ ରେଳ ଦୁର୍ଘଟଣା ଘଟିଥିଲା। ଏଥିରେ ଅତି କମରେ ୨୯୪ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ। 

Coromandel Express Odisha Train Tragedy Bahanaga Train Accident