Advertisment

କାର୍‌କୁ ଧକ୍କା ଦେଇ ଭ୍ୟାନ୍‌କୁ ପିଟିଲା ତେଲ ଟ୍ୟାଙ୍କର, ଚାଲିଗଲା ୪ ଜୀବନ

ଗତକାଲି ଏକ ସିଏନଜି କାର୍‌ରେ ୩ ଜଣ ଜୟପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ଏକ ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Fire set to car

Fire set to car

Advertisment

ଦିଲ୍ଲୀ଼-ଜୟପୁର ରାଜପଥରେ ଗତକାଲି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ କାର୍‌ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍‌ରେ ଥିବା ୩ ଜଣ ଜୀଅନ୍ତା ଜଳି ଯାଇଛନ୍ତି। କାର୍‌କୁ ପିଟିବା ପରେ ଟ୍ୟାଙ୍କରଟି ଏକ ଭ୍ୟାନ୍‌କୁ ବି ପିଟିଥିଲା। ଫଳରେ ଭ୍ୟାନ୍‌ ଡ୍ରାଇଭରଙ୍କର ବି ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Advertisment

ଗତକାଲି ଏକ ସିଏନଜି କାର୍‌ରେ ୩ ଜଣ ଜୟପୁର ଅଭିମୁଖେ ଯାଉଥିବା ବେଳେ ବାଟରେ ଏକ ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେଲ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିବା ବେଳେ ପାଖରେ ଥିବା କାର୍‌ର ସିଏନଜି ଟାଙ୍କିଟା ଫାଟି ଯାଇଥିଲା। ଫଳରେ କାର୍‌ରେ ଥିବା ୩ ଜଣ ଜୀଅନ୍ତା ଜଳି ଯାଇଥିଲେ।

ଏହାପରେ ଟ୍ୟାଙ୍କରଟି ବାଟରେ ଯାଉଥିବା ଏକ ଭ୍ୟାନ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଭ୍ୟାନ୍‌ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Accident Deadbody Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe