Advertisment

ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଦମ୍ପତିଙ୍କୁ ପିଟିଦେଲା ଟ୍ରେନ୍‌

କୋରେଇ ବ୍ଲକ୍‌ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା(୭୩) ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସିହ୍ନା ଦୀର୍ଘ ଦିନ ଧରି ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ରହୁଥିଲେ। ଦୁର୍ଗା ପୂଜା ପାଇଁ ଉଭୟ ଘରକୁ ଆସୁଥିଲେ।

Jajpur

Jajpur

Advertisment

ଦୁର୍ଗା ଦେଖିବାକୁ ଘରକୁ ଫେରୁଥିଲେ। ବେଶ୍‌ ହସ ଖୁସିଥିଲେ ବୃଦ୍ଧ ଦମ୍ପତି। ହେଲେ ଅଧା ରାସ୍ତାରେ ଜଗି ରହିଥିଲା ଜମ! ଆଉ ନେଇଗଲା ଜୀବନ। ସ୍ୱାମୀ-ସ୍ତ୍ରୀ ହାତ ଧରା ଧରି ହୋଇ ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ପିଟିଦେଲା ମୁଜାଫରପୁର ଏକ୍ସପ୍ରେସ୍‌। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ଷ୍ଟେସନ୍‌ରେ ଘଟିଛି।

Advertisment

କୋରେଇ ବ୍ଲକ୍‌ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା(୭୩) ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସିହ୍ନା ଦୀର୍ଘ ଦିନ ଧରି ମୟୂରଭଞ୍ଜ ସଦର ମହକୁମା ବାରିପଦାରେ ରହୁଥିଲେ। ଦୁର୍ଗା ପୂଜା ପାଇଁ ଉଭୟ ଘରକୁ ଆସୁଥିଲେ। ସେମାନେ ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ରେ ଆସି ବୈତରଣୀ ରୋଡ୍‌ ରେଳ ଷ୍ଟେସନରେ ଓହ୍ଲାଇ ଥିଲେ। ଟ୍ରେନ୍‌ରୁ ଓହ୍ଲାଇ ସ୍ୱାମୀ-ସ୍ତ୍ରୀ ଚାଲି ଚାଲି ରେଳ ଧାରଣା ଅତିକ୍ରମ କରି ପ୍ଲାଟଫର୍ମ ଉପରକୁ ଚଢ଼ୁଥିଲେ। ଠିକ୍‌ ସେହି ସମୟରେ ଡାଉନ୍ ଲାଇନରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ୍‌ ଉଭୟକୁ ପିଟି ଦେଇଥିଲା।

ଘଟଣା ସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ରେଳବାଇ ପୁଲିସ୍ ଓ ଆରପିଏଫ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Accident Jajpur Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe