Advertisment

ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ ବୃଦ୍ଧା , ଭୁଶିଦେଲା ବଳଦ

ଗାଁ ଦାଣ୍ଡରେ ଛିଡ଼ା ହୋଇଥିବା ବୃଦ୍ଧାଙ୍କୁ ଶିଙ୍ଗ ଭୁଶିଦେଲା ବଳଦ । ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

Dead Body

Dead Body

Advertisment

ଗାଁ ଦାଣ୍ଡରେ ଛିଡ଼ା ହୋଇଥିବା ବୃଦ୍ଧାଙ୍କୁ ଶିଙ୍ଗ ଭୁଶିଦେଲା ବଳଦ । ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଆଜି ସମ୍ବଲପୁର ଜିଲ୍ଲାର ନାକଟିଦେଉଳି ବ୍ଲକ ଲାଇଜା ଗାଁରେ ଘଟିଛି। ମୃତା ବୃଦ୍ଧାଜଣକ ହେଲେ ୬୦ ବର୍ଷୀୟା ଜମ୍ବୂବତୀ ବେହେରା ।

Advertisment

ଜମ୍ବୂବତୀ ଆଜି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ଗାଁ ଦାଣ୍ଡରେ ଯାଉଥିବା ଗାଇ, ବଳଦ ପଲ ମଧ୍ୟରୁ ଏକ ବଳଦ ତାଙ୍କୁ ଶିଙ୍ଗ ଭୁଷି ଦେଇଥିଲା। ଫଳରେ ରକ୍ତାକ୍ତ ହୋଇ ସେ ତଳେ ପଡ଼ି ଛଟପଟ ହୋଇଥିଲେ।

ପରିବାର ଲୋକେ ତୁରନ୍ତ ଜମ୍ବୂବତୀଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜମ୍ବୁବତୀଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି।

Advertisment

ଏନେଇ ରେଢାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ହେବା ପରେ ଆଜି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe