Advertisment

କାଲି କୂଅରେ ପଡ଼ିଥିଲେ ବୃଦ୍ଧା, ଆଜି ମିଳିଲା ମୃତଦେହ

କୂଅରେ ପଡ଼ି ଆଖି ବୁଜିଲେ ବୃଦ୍ଧା। ଗତକାଲିଠୁ କୂଅରେ ପଡ଼ିଥିବା ବୃଦ୍ଧାଙ୍କ ମୃତଦେହକୁ ଆଜି ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।

author-image
Niharika Rout
Old lady

Old lady

କୂଅରେ ପଡ଼ି ଆଖି ବୁଜିଲେ ବୃଦ୍ଧା। ଗତକାଲିଠୁ କୂଅରେ ପଡ଼ିଥିବା ବୃଦ୍ଧାଙ୍କ ମୃତଦେହକୁ ଆଜି ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ସଦର ମହାକୁମା ସ୍ଥିତ ୧୧୯- କଲୋନୀରେ ଘଟିଛି। ମୃତା ବୃଦ୍ଧା ୭୫ ବର୍ଷୀୟ ପଦ୍ମଜା ପଟ୍ଟନାୟକ ବୋଲି ଜଣାଯାଇଛି।

Advertisment

ଗତ ରାତିରେ ପଦ୍ମଜା କୂଅରେ ପଡିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ପାଇ ପାରି ନ ଥିଲେ। ସ୍ଥାନୀୟ ଲୋକେ ଆଜି ସକାଳେ କୂପରେ ବୃଦ୍ଧା ପଡିଥିବା ଦେଖିଥିଲେ।

ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ତେବେ ଏହାଏକ ଦୁର୍ଘଟଣା ନା ଆତ୍ମହତ୍ୟାଜନିତ ମାମଲା ତାହା ସ୍ପଷ୍ଟ ହୋଇନି। କ’ଣ ପାଇଁ ସେ ରାତିରେ କୂଅ ନିକଟକୁ ଆସିଥିଲେ ସେ ନେଇ ପରିବାର ଲୋକେ ପାଟି ଫିଟାଉ ନାହାନ୍ତି।

Malkangiri Drown Case