Advertisment

ନିଆଁ ଲଗାଇ ଶୋଇ ପଡ଼ିଥିଲେ ବୃଦ୍ଧ, ଜୀଅନ୍ତା ଜଳିଗଲେ

ଭିକାରି ମାଳି ଗତ ରାତିରେ ଖାଇ ସାରି ନିଜ ରୁମ୍‌ରେ ଶୋଇଥିଲେ। ତେବେ ଶୋଇବା ପୂର୍ବରୁ ଅସହ୍ୟ ଶୀତରୁ ରକ୍ଷା ପାଇଁ ପାଖରେ ସେ ପାଖରେ ନିଆଁ ଲଗାଇ ଶୋଇଥିଲେ।

author-image
Niharika Rout
Fire

Fire

ଅସହ୍ୟ ଶୀତରୁ ରକ୍ଷା ପାଇବାକୁ ପାଖରେ ଲଗାଇଥିଲେ ନିଆଁ। ମାତ୍ର ରାତି ବଢ଼ିବାରୁ ନିଆଁର କୋପ ବି ବଢ଼ିବାକୁ ଲାଗିଲା। ଆଉ ନିଆଁ ଝାସରେ ବୃଦ୍ଧଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ତାଙ୍କ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ବୁଟିସର୍ଗି ଗାଁରେ ଘଟିଛି। ମୃତ ବୃଦ୍ଧଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ବୁଟିସର୍ଗି ଗାଁର ଭିକାରି ମାଳି ।

Advertisment

ଭିକାରି ମାଳି ଗତ ରାତିରେ ଖାଇ ସାରି ନିଜ ରୁମ୍‌ରେ ଶୋଇଥିଲେ। ତେବେ ଶୋଇବା ପୂର୍ବରୁ ଅସହ୍ୟ ଶୀତରୁ ରକ୍ଷା ପାଇଁ ପାଖରେ ସେ ପାଖରେ ନିଆଁ ଲଗାଇ ଶୋଇଥିଲେ। ତେବେ ଶୋଇଥିବା ଅବସ୍ଥାରେ ନିଆଁ ଝାସରେ ସେ ପୋଡ଼ି ପ୍ରାଣ ହରାଇଥିଲେ। ଏଥିସହ ନିଆଁ ଲାଗିବା ଯୋଗୁ ତାଙ୍କ ଘର ବି ପୋଡ଼ି ଯାଇଛି।

ଏନେଇ ଝରିଗାଁ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Fire Accident