Advertisment

ଘର ଭାଙ୍ଗିଲା, କଚାଡି ମାରିଲା

ଗତକାଲି ମଧ୍ୟ ସବଡେଗା ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Elephant Attack

Elephant Attack

Advertisment

ରାତିରେ ଆସି ଘର ଭାଙ୍ଗୁଥିଲା ହାତୀ। ଗୋଡ଼ାଇବାରୁ ବୃଦ୍ଧଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଲା ଦନ୍ତା। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମିନା କିଷାନ ପଡାରେ। ମୃତକ ହେଲେ ବିପିନ ଟପୋ।

Advertisment

ଗତକାଲି ରାତିରେ ବିପିନ ଘରେ ଶୋଇଥିଲେ। ଏହି ସମୟରେ ଏକ ହାତୀ ଜଙ୍ଗଲରୁ ଆସି ବିପିନଙ୍କ ଘର ଭାଙ୍ଗୁଥିଲା। ବିପିନଙ୍କ ନିଦ ଭାଙ୍ଗିଯିବାରୁ ସେ ଘରୁ ବାହାରକୁ ଆସି ହାତୀଟିକୁ ଗୋଡ଼ାଇଥିଲେ। ହାତୀଟି ବିପିନଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗତକାଲି ମଧ୍ୟ ସବଡେଗା ଟାଙ୍ଗରଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏହାସହ ଗାଁରେ ଆଉ ୫ ଜଣଙ୍କ ଘର ଭାଙ୍ଗି ଦେଇଛି ଦନ୍ତା। ବାରମ୍ବାର ହାତୀ ଗାଁ ଭିତରକୁ ପଶିଆସି ଲୋକଙ୍କୁ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Elephant Attack Sudargrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe