Bull
ବାଡ଼ିରେ ଫସଲ ନଷ୍ଟ କରୁଥିଲା ଷଣ୍ଢ। ଗୋଡ଼େଇବାରୁ ବୃଦ୍ଧାଙ୍କୁ ଟେକି କଚାଡି ଦେଲା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ ଏହି ଅଘଟଣ ଘଟିଛି। ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଦେଓଦା ଗ୍ରାମର ଅଲେଖ ମଲିକ (୬୫)।
ଆଜି ସକାଳେ ବାଡିରେ ପଶି ଏକ ଷଣ୍ଢ ଫସଲ ନଷ୍ଟ କରୁଥିଲା। ଅଲେଖ ଏହା ଦେଖି ଷଣ୍ଢକୁ ଗୋଡ଼ାଇବାକୁ ଯାଇଥିଲେ। ଏହି ସମୟରେ ଷଣ୍ଢଟି ତାଙ୍କୁ କଚାଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିଲେ। ଅଲେଖଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ତେବେ ଷଣ୍ଢଟି ଗତ ଏକ ମାସ ହେବ ଗାଁରେ ଏଭଳି ଉତ୍ପାତ ମଚାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bull_1704776328.jpg)