Advertisment

ବୃଦ୍ଧଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ିଲା ଦନ୍ତା; ମୃତଦେହ ଛାଡ଼ୁ ନାହାନ୍ତି ଗ୍ରାମବାସୀ

ରାତି ଅଧରେ ଜଙ୍ଗଲ ମଝିରେ ଦନ୍ତା ହାବୁଡ଼ରେ ପଡ଼ିଗଲେ ବୃଦ୍ଧ। ଦନ୍ତା ଗୋଡ଼ାଇ ଗୋଡ଼ାଇ କଚାଡ଼ି ଜୀବନ ନେଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ଛାଡ଼ିବାକୁ ଦାବି କରି ସ୍ଥାନୀୟ ଲୋକେ ରାତି ସାରା ମୃତଦେହକୁ ଜଗି ବସିଛନ୍ତି।

author-image
Niharika Rout
Forest Staff

Forest Staff

ରାତି ଅଧରେ ଜଙ୍ଗଲ ମଝିରେ ଦନ୍ତା ହାବୁଡ଼ରେ ପଡ଼ିଗଲେ ବୃଦ୍ଧ। ଦନ୍ତା ଗୋଡ଼ାଇ ଗୋଡ଼ାଇ କଚାଡ଼ି ଜୀବନ ନେଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ଛାଡ଼ିବାକୁ ଦାବି କରି ସ୍ଥାନୀୟ ଲୋକେ ରାତି ସାରା ମୃତଦେହକୁ ଜଗି ବସିଛନ୍ତି। ଏପରି ଏକ ଘଟଣା ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ବରସୁଆଁ ରେଞ୍ଜରେ ଘଟିଛି।

Advertisment

ମୃତକ ହେଲେ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ । ବିଠଲ ଗତକାଲି ନିଜର ଜଣେ ସାଥିଙ୍କ ସହ ରେଙ୍ଗମା ଗାଁକୁ ଯାଇଥିଲେ। ସେଠାରୁ କାମ ସାରି ଉଭୟ ରାତିରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।

ବିଠଲଙ୍କ ସାଙ୍ଗ ଦୌଡ଼ି ନିଜ ଜୀବନ ବଞ୍ଚାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ବିଠଲ। ଦନ୍ତାଟି ତାଙ୍କୁ ଜଙ୍ଗଲ ମଧ୍ୟରେ ଗୋଡ଼ାଇ ଗୋଡ଼ାଇ ଶୁଣ୍ଢରେ କଚାଡ଼ି ଦେଇଥିଲା। ଏହାପରେ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ବିଠଲଙ୍କ ମୃତ୍ୟୁ ହୋଇଥିଲା।

Advertisment

ଖବର ପାଇ ଗ୍ରାମବାସୀ ଓ ବନ ବିଭାଗ ଅଧିକାରୀ ଜଙ୍ଗଲରେ ପହଞ୍ଚିଥିଲେ। ଉକ୍ତ ଦନ୍ତା ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରିଛି। ତେଣୁ ତୁରନ୍ତ ବିଠଲଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଉକ୍ତ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଦାବି କରିଛନ୍ତି ଗ୍ରାମବାସୀ । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ଛାଡ଼ିବେନି ବୋଲି ନିଜ ଜିଦ୍‌ରେ ଗ୍ରାମବାସୀ ଅଡ଼ି ରହିଛନ୍ତି।

ଅପରପକ୍ଷେ, ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଜଙ୍ଗଲ ମଝିରେ ନିଆଁ ଜାଳି ବସି ରହିବା ସହ ରାତି ସାରା ମୃତଦେହକୁ ଜଗିଛନ୍ତି। ଆଜି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ କ’ଣ ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

Sundargarh Elephant Attack