Advertisment

ବୃଦ୍ଧଙ୍କୁ ଧକ୍କା ଦେଇ ୩୦ ମିଟର ଟାଣିନେଲା ପିକ୍‌ଅପ ଭ୍ୟାନ

ଗୌରୀଙ୍କ ମୃତ୍ୟୁପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ବୃଦ୍ଧଙ୍କୁ ଧକ୍କା ଦେଇ ୩୦ ମିଟର ପର୍ଯ୍ୟନ୍ତ ଟାଣିନେଲା ପିକ୍‌ଅପ ଭ୍ୟାନ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନଭରଣ୍ଡି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗୌରୀ ମାଝୀ।

Advertisment

ଆଜି ସକାଳେ ବୃଦ୍ଧା ଜଣଙ୍କ କୌଣସି କାମରେ ରାସ୍ତା ପାର ହେଉଥିଲେ। ଠିକ୍ ଏହି ସମୟରେ ଉମରକୋଟ ପଟୁ ଆସୁଥିବା ଦହି ବୋଝେଇ ପିକ୍‌ଅପ ଭ୍ୟାନ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ପରେ ବୃଦ୍ଧଙ୍କୁ ୩୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ଘଟଣାସ୍ଥଳରେ ଗୌରୀଙ୍କର ମୃତ୍ୟୁ ଘଟିଥିଲା।

ଗୌରୀଙ୍କ ମୃତ୍ୟୁପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଶରୀରକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଯାତାୟତରେ ବାଧା ଉପୁଜିଥିଲା। ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
Roadaccident Nabarangpur