Advertisment

ଶୌଚ ହେବାକୁ ଯାଇ ଭାସିଗଲେ ବୃଦ୍ଧ

ଗତକାଲି ଦୟା ଗାଈ ଚରାଇବାକୁ ଗାଁକୁ ଲାଗି ଥିବା ବାଗୀହରଣ ନଦୀ ପଠାକୁ ଯାଇଥିଲେ।

author-image
Tapaswini Nayak
DeadBody

DeadBody

ଶୌଚ ହେବା ପାଇଁ ଯାଇ ନଦୀରେ ଭାସିଯାଇଥିଲେ ବୃଦ୍ଧ। ଆଜି ସକାଳେ ମିଳିଲା ମୃତଦେହ। ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ପଲସଖଣ୍ଡ ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦୟା ଭୋଇ। ତାଙ୍କ ଘର ପଲସଖଣ୍ଡ ଗାଁରେ ବୋଲି ଜଣାଯାଇଛି। 

Advertisment

ଗତକାଲି ଦୟା ଗାଈ ଚରାଇବାକୁ ଗାଁ ନିକଟରେ ଥିବା ବାଗୀହରଣ ନଦୀ ପଠାକୁ ଯାଇଥିଲେ। ପରେ ଚପଲ, ବାଡ଼ି ଓ ଛତାକୁ ରଖି ଶୌଚ ହେବା ପାଇଁ ନଦୀ ଭିତରକୁ ଯାଇଥିଲେ। ଶୌଚ ହେବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ଭାସି ଯାଇଥିଲେ। ଦୟା ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ନଦୀ କୂଳରେ ଦୟାଙ୍କ ଚପଲ, ବାଡ଼ି ଓ ଛତାକୁ  ଦେଖି  ସେ ଭାସିଯାଇଥିବା ସନ୍ଦେହ ହୋଇଥିଲା। 

ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ହେଲେ ଦୟାଙ୍କୁ ପାଇନଥିଲେ। ଆଜି ସକାଳେ ଏକ ବୁଦା ମୂଳରୁ ଦୟାଙ୍କ ମୃତଦେହ ଲାଗିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ସିଂଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। 

Advertisment
Bolangir