Advertisment

Accident: ଘର ଅଗଣାରେ ବସିଥିବା ବେଳେ ପିଟି ଦେଲା କାର, ୨ ଅଟକ

ଯାଜପୁର ଜିଲ୍ଲା କୁଆଖିଆ ଥାନା ଦର୍କୁଣ୍ଡୀ ଗାଁରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରଘୁନାଥ ଧଳ। ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ସେହି ଗ୍ରାମର ବାସିନ୍ଦା।

Car Accident
Advertisment

ଯାଜପୁର ଜିଲ୍ଲା କୁଆଖିଆ ଥାନା ଦର୍କୁଣ୍ଡୀ ଗାଁରେ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ରଘୁନାଥ ଧଳ। ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ସେହି ଗ୍ରାମର ବାସିନ୍ଦା।

Advertisment

କୁଆଖିଆ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ବେଳେ ରଘୁନାଥ ଧଳ ତାଙ୍କ ଘର ଅଗଣାରେ ବସିଥିଲେ। ସେହି ସମୟରେ ଏକ କାର୍ ବେପରୁଆ ଭାବେ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିରେ ସତ୍ୟ ଆକାଶ ମଲ୍ଲିକ (୨୬) ଓ ସୁଧାଂଶୁ ରାଉତ (୨୬) ଥିଲେ। ଆକାଶ ଗାଡ଼ି ଚଲାଉଥିଲେ। 

ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। 

Advertisment

ଅନ୍ୟପକ୍ଷରେ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଭୂଆସୁଣୀ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।  ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ବାଇକ୍‌ଟିଏ ପିଟି ହେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ  ହୋଇଥିଲା। ମୃତକ ଦୁଇଜଣ ଖୋର୍ଦ୍ଧା ହଳଦିଆ ଅଞ୍ଚଳର। ଘଟଣାସ୍ଥଳରେ ଇନ୍‌ଫୋଭ୍ୟାଲୀ ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe