Advertisment

ଭତ୍ତା ଟଙ୍କା ନେବାକୁ ଆସିଥିଲେ, ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ!

ଆଜି ଥିଲା ଭତ୍ତା ବାରି। ତେଣୁ ମୁଚିବାହାଲ ପଞ୍ଚାୟତ ସାଇବେର୍ଣୀ ଗାଁର ୬୮ ବର୍ଷୀୟ ସନ୍ତୋଷେ ମହାନନ୍ଦ ଭତ୍ତା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ।

ଅଦ୍ୟତନ ହୋଇଛି
Sambalpur

Sambalpur

Advertisment

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେଇ ଧରକୁ ଫେରୁଥିବା ବେଳେ ରାସ୍ତାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍‌ ଅଞ୍ଚଳରୁ ଆସିଛି।

Advertisment

ଆଜି ଥିଲା ଭତ୍ତା ବାରି। ତେଣୁ ମୁଚିବାହାଲ ପଞ୍ଚାୟତ ସାଇବେର୍ଣୀ ଗାଁର ୬୮ ବର୍ଷୀୟ ସନ୍ତୋଷେ ମହାନନ୍ଦ ଭତ୍ତା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଭତ୍ତା ଟଙ୍କା ପାଇବା ପରେ ପ୍ରବଳ ଗରମ ହେଉଥିବାରୁ ରାସ୍ତା ପାର୍ଶ୍ୱରେ ଥିବା ଦୋକାନରୁ ଥଣ୍ଡା ପାନୀୟ କିଣି ପିଇଲେ। ଥଣ୍ଡା ପିଇବା ପରେ ପଇସା କାଢ଼ି ଦୋକାନୀଙ୍କୁ ଦେଉଥିଲେ। ଠିକ୍‌ସେହି ସମୟରେ ସେଠାରେ ଟଳି ପଡ଼ିଥିଲେ ସନ୍ତୋଷେ। ସେହିଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଗତ କିଛି ଦିନ ହେଲା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଯେଉଁଥିପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି। ଘରୁ ବାହାରିବା ସମ୍ଭବପର ହେଉନାହିଁ। ଏପରି ସ୍ଥିତିରେ ବୟସ୍କମାନେ ଭତ୍ତା ନେବା ପାଇଁ ଆସିବା କେତେ ଯୁକ୍ତିଯୁକ୍ତ? ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବୟସ୍କ ବ୍ୟକ୍ତିଙ୍କୁ ଘରେ ଭତ୍ତା ଟଙ୍କା ଦେବା ପାଇଁ ପଞ୍ଚାୟତ ପ୍ରଶାସନ ବ୍ୟବସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।

Advertisment

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Sunstroke
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe