Broken House
ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝାଙ୍କରପାଲିର ଖଏରାପଡ଼ାରେ ଗତକାଲି ବିଳମ୍ୱତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚୈତନ୍ୟ ଭୋଇ। ତାଙ୍କୁ ୭୫ ବର୍ଷ ହୋଇଥିଲା।
ଚୈତନ୍ୟ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଆକ୍ରମଣ କରିଥିଲା ହାତୀ। ହାତୀ ସେମାନଙ୍କ ଘର ଭାଙ୍ଗି ଦେଇଥିଲା। ପରେ ଚୈତନ୍ୟଙ୍କୁ ଟାଣି ନେଇ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସଦର ଫରେଷ୍ଟ ରେଞ୍ଜ ଅଫିସର ହରିଶଙ୍କର ନାୟକ କହିଛନ୍ତି, ପ୍ରାୟ ଆଠ/ଦଶ ଦିନ ହେଲାଣି ହାତୀଟି ଦୁଇ ତିନୋଟି ସେକ୍ସନରେ ଘର ଭାଙ୍ଗି ଖାଦ୍ୟ ନେଇ ଯାଉଛି। ଗତକାଲି ବି ସେ ଖାଦ୍ୟ ଅନ୍ୱେଷଣରେ ଆସିଥିଲା ଓ ଘର ଭାଙ୍ଗିବା ସହିତ ଜଣଙ୍କୁ ଦଳି ମାରି ଦେଇଛି। ଗତକାଲି ହାତୀଟି ଖଏରାପଡ଼ାରେ ପ୍ରବେଶ କରିବା ବେଳେ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ସେମାନେ ହାତୀଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ବିଫଳ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1707621096.jpg)