Rescue
ଗାଇ ଚରାଇବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧ। ଗତକାଲିଠୁ ବୃଦ୍ଧଜଣକ ନିଖୋଜ ଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳି ପାରିନି। ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଘଟିଛି। ନିଖୋଜ ବୃଦ୍ଧ ଜଣକ ହେଲେ ଗୁଡଭେଲାର ରଘୁନାଥ ରଣା ।
Advertisment
ରଘୁନାଥ ରଣା ଗତକାଲି ସକାଳେ ଗାଇ ଚରାଇବା ପାଇଁ ଯାଇଥିଲେ । ହେଲେ ସନ୍ଧ୍ୟା ସମୟରେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ନିରାଶ ହୋଇଥିଲେ।
ଗତକାଲି କିଛି ସ୍ଥାନୀୟ ଲୋକ ରାହୁଲ ନଦୀ ବୃହତ ଉଠା ଜଳସେଚନ ନିକଟରେ ଥିବା ଗାଧୁଆ ତୁଠରେ ରଘୁନାଥଙ୍କର ଛତା ଏବଂ ଗଞ୍ଜି ପଡିଥିବା ଦେଖିବାକୁ ପାଇଥିଲେ। ରଘୁନାଥ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
Advertisment
ଖବର ପାଇ ଅଗ୍ନିଶମ ବିଭାଗ ଗତକାଲି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବିହେଲେ ରଘୁନାଥଙ୍କର କୌଣସି ଖୋଜ୍ ଖବର ପାଇ ନ ଥିଲେ। ଆଜି ସକାଳୁ ପୁଣି ଖୋଜାଖୋଜି ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
