Advertisment

ଗାଇ ଚରାଇବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧ, ମିଳୁନି ପତ୍ତା

ଗାଇ ଚରାଇବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧ। ଗତକାଲିଠୁ ବୃଦ୍ଧଜଣକ ନିଖୋଜ ଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳି ପାରିନି।

ଅଦ୍ୟତନ ହୋଇଛି
Rescue

Rescue

Advertisment

ଗାଇ ଚରାଇବାକୁ ଯାଇ ନଦୀରେ ଭାସିଗଲେ ବୃଦ୍ଧ। ଗତକାଲିଠୁ ବୃଦ୍ଧଜଣକ ନିଖୋଜ ଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳି ପାରିନି। ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଘଟିଛି। ନିଖୋଜ ବୃଦ୍ଧ ଜଣକ ହେଲେ ଗୁଡଭେଲାର ରଘୁନାଥ ରଣା ।

Advertisment

ରଘୁନାଥ ରଣା ଗତକାଲି ସକାଳେ ଗାଇ ଚରାଇବା ପାଇଁ ଯାଇଥିଲେ । ହେଲେ ସନ୍ଧ୍ୟା ସମୟରେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ହେଲେ ନିରାଶ ହୋଇଥିଲେ।

ଗତକାଲି କିଛି ସ୍ଥାନୀୟ ଲୋକ ରାହୁଲ ନଦୀ ବୃହତ ଉଠା ଜଳସେଚନ ନିକଟରେ ଥିବା ଗାଧୁଆ ତୁଠରେ ରଘୁନାଥଙ୍କର ଛତା ଏବଂ ଗଞ୍ଜି ପଡିଥିବା ଦେଖିବାକୁ ପାଇଥିଲେ। ରଘୁନାଥ ପାଣିରେ ଭାସି ଯାଇଥିବା ସନ୍ଦେହ କରି ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Advertisment

ଖବର ପାଇ ଅଗ୍ନିଶମ ବିଭାଗ ଗତକାଲି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବିହେଲେ ରଘୁନାଥଙ୍କର କୌଣସି ଖୋଜ୍ ଖବର ପାଇ ନ ଥିଲେ। ଆଜି ସକାଳୁ ପୁଣି ଖୋଜାଖୋଜି ଜାରି ରହିଛି।

Bolangiri Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe