Advertisment

ମହାନଦୀ ମଝିରୁ ବୃଦ୍ଧ ଉଦ୍ଧାର, କହିଲେ- ସେଲଫି ନେଉ ନେଉ ଖସି ପଡ଼ିଥିଲି

ଆଜି ସକାଳେ ଚାଉଁରପୁର ବ୍ରିଜରେ ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଘରକୁ ଫେରି ପାରିଛନ୍ତି ବୃଦ୍ଧ ।

Rescue

Rescue

Advertisment

ସମ୍ବଲପୁର: ସେଲଫି ନିଶା କାଳ ପାଲଟିଗଲା। ମାତ୍ର ଅଗ୍ନିଶମ କର୍ମଚାରୀ ଠିକ୍‌ ସମୟରେ ଦେବଦୂତ ସାଜି ବଞ୍ଚାଇଦେଲେ ଜୀବନ । ଫଳରେ ଜୀବନ ଫେରି ପାଇବା ଆଶା ଛାଡ଼ି ଦେଇଥିବା ବୃଦ୍ଧ ପୁଣି ଥରେ ଘରକୁ ଫେରିଛନ୍ତି।

Advertisment

ଆଜି ସକାଳେ ଚାଉଁରପୁର ବ୍ରିଜରେ ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ମରଣମୁହଁରୁ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଘରକୁ ଫେରି ପାରିଛନ୍ତି ବୃଦ୍ଧ । ଉଦ୍ଧାର ପାଇଥିବା ବୃଦ୍ଧଜଣକ ହେଲେ ୬୯ ବର୍ଷୀୟ ସୁରେନ୍ଦ୍ର ମୋହନ ମିଶ୍ର ।

ସୁରେନ୍ଦ୍ର ମୋହନ ମିଶ୍ର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ପରିବାର ସହ ଏସଆରଆଇଟି କଲୋନୀରେ ରୁହନ୍ତି। ଆଜି ସକାଳେ ନିଜ ସ୍କୁଟିରେ ଚାଉଁରପୁର ବ୍ରିଜ ଅତିକ୍ରମ କରୁଥିବା ବେଳେ ସେଲଫି ନେବାକୁ ମନ ହେବାରୁ ସେ ଅଟକି ଯାଇଥିଲେ । ମାତ୍ର ସେ ଜାଣି ନ ଥିଲେ ତାହା ତାଙ୍କ ପାଇଁ କାଳ ପାଲଟିଯିବ ।

Advertisment

ଏନେଇ ସୁରେନ୍ଦ୍ର କୁମାର କହିଛନ୍ତି, ସ୍ନାୟୁଗତ ସମସ୍ୟା ସହ ମୋର ଆହୁରି ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ଆଜି ସକାଳେ ବ୍ରିଜ ନିକଟରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲି। ଫଳରେ ହଠାତ୍‌ ଗୋଡ଼ ଖସିଯିବା ସହ ନଦୀରେ ପଡ଼ି ଯାଇଥିଲି। ପୁଣି ଥରେ ବଞ୍ଚିବା ଆଶା ନ ଥିଲା। ମାତ୍ର ନଦୀ ସ୍ରୋତରେ ଭାସୁ ଭାସୁ ଏକ ବଡ଼ ଘାସ ବୁଦା ହାତରେ ବାଜିବାରୁ ତାହାକୁ ଧରି ରହି ଯାଇଥିଲି। ଏହାପରେ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର କରୁଥିଲି। ବହୁ ସମୟ ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ମୋତେ ଉଦ୍ଧାର କରିଥିଲେ।

ଏନେଇ ଅଗ୍ନିଶମ କର୍ମଚାରୀ କହିଛନ୍ତି, ଜଣେ ବ୍ୟକ୍ତି ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ପାଇ ତୁରନ୍ତ ସମ୍ବଲପୁରରୁ ବାହାରି ଚାଉଁରପୁର ବ୍ରିଜରେ ପହଞ୍ଚିଥିଲୁ । ଏହାପରେ ତୁରନ୍ତ ୩ କର୍ମଚାରୀ ମହାନଦୀ ମଝିକୁ ଗଲୁ। ହୀରାକୁଦର ୪ ଗେଟ୍‌ ଖୋଲାଥିବା ବେଳେ ପାଣିର ସ୍ରୋତ ରହିଛି। ବହୁ ବାଟ ଯିବା ପରେ ବଞ୍ଚାଓ, ବଞ୍ଚାଓ ବୋଲି ଶୁଭିଲା। ଏହାପରେ ତୁରନ୍ତ କିଛି ବାଟ ଯିବା ପରେ ଲଟା ଧରି ବୃଦ୍ଧଜଣକ ପାଣି ମଝିରେ ଅଟକିଥିବା ଦେଖିବାକୁ ପାଇଲୁ। ଏହାପରେ ତୁରନ୍ତ ତାଙ୍କୁ ସେଠାର ଉଦ୍ଧାର କରି କୂଳକୁ ଆଣିଲୁ। ଉଦ୍ଧାର ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଚପଲ, ସ୍କୁଟି ରଖି ଜଣେ ବ୍ୟକ୍ତି ମହାନଦୀକୁ ଡେଇଁ ପଡ଼ିଥିବା ଖବର ପ୍ରଚାରିତ ହୋଇଥିଲା। ଏହାପରେ ତୁରନ୍ତ ବ୍ରିଜ ଉପରେ ଅସମ୍ଭାଳ ଭିଡ଼ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି।

Old Age Mahanadi Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe