ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଲେମ୍ଭେଇ ଗାଁରେ ବାଣ ଫୁଟି ବିସ୍ପୋରଣ ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ ଲେମ୍ଭେଇ ଗାଁର ଶଙ୍କର ପାତ୍ର।
ଆଗକୁ ଦୀପାବଳି ଥିବାରୁ ଶଙ୍କର ବାଣ ତିଆରି କରିବା ସହ ବଜାରରୁ ବାଣ କିଣି ଆଣି ଗାଁରେ ବିକ୍ରି କରୁଥିଲେ। ଆଜି ସେ ଏକ ନଡ଼ିଆ ବାଣ ଭିଡୁ ଥିବାବେଳେ ବିସ୍ପୋରଣ ହୋଇଥିଲା। ଶଙ୍କରଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇଛନ୍ତି।
Also Read
ପଡୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଆଣି ଭର୍ତ୍ତି କରିଥିଲେ। ଶଙ୍କରଙ୍କ ପରିବାର ଲୋକେ ଘରେ କେହି ନଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।