Advertisment

ପରିସ୍ରା ଯିବାବେଳେ ବୃଦ୍ଧାଙ୍କୁ ଦଳିଦେଲେ ହାତୀ ପଲ

ଆଜି ଭୋର ସମୟରେ ପୁଣ୍ଟି ବାଡ଼ି ପଛକୁ ପରିସ୍ରା ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant

Elephant

ପରିସ୍ରା ଯିବାବେଳେ ବୃଦ୍ଧାଙ୍କୁ ଦଳି ଦେଲେ ହାତୀପଲ। ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ବିଟ୍ ଶ୍ରୀଦେଇପୁର ଗାଁରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ପୁଣ୍ଟି ଦେଉରି।

Advertisment

ଆଜି ଭୋର ସମୟରେ ପୁଣ୍ଟି ବାଡ଼ି ପଛକୁ ପରିସ୍ରା ଯାଇଥିଲେ। ଏହି ସମୟରେ ସେ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ପୁଣ୍ଟିକୁ ହତୀପଲ ଦଳି  ଦେଇଥିଲେ।

ପୁଣ୍ଟିଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ହାତୀ ପଲଙ୍କୁ ଘଉଡାଇବା ସହ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଣ୍ଟିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Balasore Elephant Attack