Advertisment

ହବିଷ କରିବାକୁ ପୁରୀ ଆସିଥିଲେ, ଉଡ଼ିଗଲା ପ୍ରାଣବାୟୁ

ହବିଷ କରିବାକୁ ପୁରୀ ଆସିଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ। ମହାପ୍ରଭୁଙ୍କ ଦର୍ଶନ କରି ଚାଲିଗଲା ଜୀବନ ।

author-image
Niharika Rout
ଅଦ୍ୟତନ ହୋଇଛି
DeadBody

DeadBody

ହବିଷ   ବେଳେ ଉଡ଼ିଗଲା ପ୍ରାଣବାୟୁ। ମହାପ୍ରଭୁଙ୍କ ଦର୍ଶନ କରି ଚାଲିଗଲା ଜୀବନ । ଏପରି ଏକ ଅଘଟଣ ଆଜି ସକାଳେ ପୁରୀରେ ଘଟିଛି। ମୃତ ହବିଷିଆଳି ଜଣକ ହେଲେ ଫକୀର ଧଳୁଆ। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ଓ ବୟସ ୭୩ ବର୍ଷ ବୋଲି ଜଣାଯାଇଛି।

Advertisment

କାର୍ତ୍ତିକ ମାସରେ ହବିଷ କରିବା ନିମନ୍ତେ ଫକୀର ଧଳୁଆ ପୁରୀ ଆସି ଗତ କିଛି ଦିନ ହେଲା ରହୁଥିଲେ। ଆଜି ଭୋର ସମୟରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ। ସେହି ସମୟରେ ସେ ହଠାତ୍ ସ୍ୱାସ୍ଥ୍ୟ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି।

ଏ ନେଇ ଫକୀର ଧଳୁଆଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପୁରୀରେ ପହଞ୍ଚିଥିବା ଜଣାଯାଇଛି।

Advertisment
Puri Shreemandir Puri