ହବିଷ ବେଳେ ଉଡ଼ିଗଲା ପ୍ରାଣବାୟୁ। ମହାପ୍ରଭୁଙ୍କ ଦର୍ଶନ କରି ଚାଲିଗଲା ଜୀବନ । ଏପରି ଏକ ଅଘଟଣ ଆଜି ସକାଳେ ପୁରୀରେ ଘଟିଛି। ମୃତ ହବିଷିଆଳି ଜଣକ ହେଲେ ଫକୀର ଧଳୁଆ। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ଓ ବୟସ ୭୩ ବର୍ଷ ବୋଲି ଜଣାଯାଇଛି।
କାର୍ତ୍ତିକ ମାସରେ ହବିଷ କରିବା ନିମନ୍ତେ ଫକୀର ଧଳୁଆ ପୁରୀ ଆସି ଗତ କିଛି ଦିନ ହେଲା ରହୁଥିଲେ। ଆଜି ଭୋର ସମୟରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ କରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ। ସେହି ସମୟରେ ସେ ହଠାତ୍ ସ୍ୱାସ୍ଥ୍ୟ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି।
ଏ ନେଇ ଫକୀର ଧଳୁଆଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ସେମାନେ ପୁରୀରେ ପହଞ୍ଚିଥିବା ଜଣାଯାଇଛି।