Missing
ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା। ଏପରି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡଙ୍ଗପୁର ଗାଁରେ ଘଟିଛି । ନିଖୋଜ ମହିଳାଜଣକ ହେଲେ ଏମ ଆରାଲୁ ପାତ୍ର ।
Advertisment
ଗତକାଲି ଅପରାହ୍ନ ସମୟରେ ଏମ ଆରାଲୁ ପାତ୍ର ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଇଥିଲେ । କିନ୍ତୁ ଆଉ ଘର କୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ପାଇ ପାରି ନ ଥିଲେ।
ପରେ ପଞ୍ଚାୟତ ନିକଟ ରେ ଥିବା ଘୋଡ଼ାହାଡ଼ ସବ କେନାଲ ଉପରେ ତାଙ୍କ ଭତ୍ତା କାର୍ଡ ଏବଂ ଆଧାର କାର୍ଡ ପଡିଥିବା ଗ୍ରାମବାସୀ ଦେଖିଥିଲେ। ତେଣୁ ବୃଦ୍ଧା ଜଣଙ୍କ କେନାଲରେ ଭାସି ଯାଇଥିବା ସନ୍ଦେହରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଜଣାଇଥିଲେ।
Advertisment
ଖବର ପାଇ ଅଗ୍ନିଶମ ବିଭାଗ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ମାତ୍ର ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି । ଏଥିସହ ବୃଦ୍ଧାଙ୍କର ବି କୌଣସି ଖୋଜଖବର ମିଳି ପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
