Advertisment

ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା

ଗତକାଲି ଅପରାହ୍ନ ସମୟରେ ଏମ ଆରାଲୁ ପାତ୍ର ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଇଥିଲେ । କିନ୍ତୁ ଆଉ ଘର କୁ ଫେରି ନଥିଲେ ।

Missing

Missing

Advertisment

ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା। ଏପରି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡଙ୍ଗପୁର ଗାଁରେ ଘଟିଛି । ନିଖୋଜ ମହିଳାଜଣକ ହେଲେ ଏମ ଆରାଲୁ ପାତ୍ର ।

Advertisment

ଗତକାଲି ଅପରାହ୍ନ ସମୟରେ ଏମ ଆରାଲୁ ପାତ୍ର ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଇଥିଲେ । କିନ୍ତୁ ଆଉ ଘର କୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ପାଇ ପାରି ନ ଥିଲେ।

ପରେ ପଞ୍ଚାୟତ ନିକଟ ରେ ଥିବା ଘୋଡ଼ାହାଡ଼ ସବ କେନାଲ ଉପରେ ତାଙ୍କ ଭତ୍ତା କାର୍ଡ ଏବଂ ଆଧାର କାର୍ଡ ପଡିଥିବା ଗ୍ରାମବାସୀ ଦେଖିଥିଲେ। ତେଣୁ ବୃଦ୍ଧା ଜଣଙ୍କ କେନାଲରେ ଭାସି ଯାଇଥିବା ସନ୍ଦେହରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଜଣାଇଥିଲେ।

Advertisment

ଖବର ପାଇ ଅଗ୍ନିଶମ ବିଭାଗ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ମାତ୍ର ପ୍ରଖର ସ୍ରୋତ ଥିବାରୁ ଉଦ୍ଧାର କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି । ଏଥିସହ ବୃଦ୍ଧାଙ୍କର ବି କୌଣସି ଖୋଜଖବର ମିଳି ପାରିନି।

Ganjam Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe