ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗାଁର ବାସନ୍ତି ସାହୁ ।
ଆଜି ସକାଳେ ବାସନ୍ତି ଘର ବାହାରେ ବସିଥିବା ବେଳେ ଏକ ପାଗଳ କୁକୁର ଆସି ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ।
Also Read
ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ପାଗଳ କୁକୁରଟିକୁ ପିଟିପିଟି ମାରି ଦେଇଥିଲେ। କୁକୁରଟି କାମୁଡ଼ିବାର କିଛି ସମୟ ପରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Accident
ନିଆଁ ପୋଇଁ ହେଉଥିଲେ ବୃଦ୍ଧ; ଦଳିଦେଲା ଦନ୍ତା
ଗତକାଲି ବିଳମ୍ବିତ ରାତିରେ ଘର ବାହାରେ ନିଆଁ ଲଗାଇ ସେକି ହେଉଥିଲେ ସୋତୋ।