Advertisment

ଘର ବାହାରେ ବସିଥିଲେ ବୃଦ୍ଧା; ଝୁଣି ମାରିଦେଲା ପାଗଳ କୁକୁର

ଆଜି ସକାଳେ ବାସନ୍ତି ଘର ବାହାରେ ବସିଥିବା ବେଳେ ଏକ ପାଗଳ କୁକୁର ଆସି ତାଙ୍କୁ ଆକ୍ରମଣ କରିଥିଲା।

Death person

Death person

Advertisment

ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗାଁର ବାସନ୍ତି ସାହୁ ।

Advertisment

ଆଜି ସକାଳେ ବାସନ୍ତି ଘର ବାହାରେ ବସିଥିବା ବେଳେ ଏକ ପାଗଳ କୁକୁର ଆସି ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। 

ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ପାଗଳ କୁକୁରଟିକୁ ପିଟିପିଟି ମାରି ଦେଇଥିଲେ। କୁକୁରଟି କାମୁଡ଼ିବାର କିଛି ସମୟ ପରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Advertisment
Deadbody Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe