Advertisment

ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ଗତକାଲି ବିଳମ୍ବିତ ରାତିରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି।

author-image
Manoj Swain

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କଟକ ନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ସୁଧାକରଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଛି। ଉଦ୍ଧାର କରାଯିବା ବେଳକୁ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। କାର୍‌ରେ ମୋଟ ତିନି ଜଣ ଥିଲେ। ଡ୍ରାଇଭର ଗାଡ଼ି ଚଲାଉଥିବା ବେଳେ ସୁଧାକର ସାମ୍ନା ସିଟ୍‌ରେ ବସିଥିଲେ। 

Advertisment
Odisha Cuttack Ollywood