Advertisment

ପୋଖରୀରେ ବୁଡ଼ିଗଲେ ଦୁଇ ଅଙ୍ଗନବାଡ଼ି ଛୁଆ, ଜଣେ ମୃତ

ଗୁରୁତର ଝିଅଟିକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
drowning death

Drowning Death

କେନ୍ଦୁଝର ଜିଲ୍ଲା ମହୁଲଡ଼ିହl ଥାନା ଅନ୍ତର୍ଗତ ଖେଡ଼ିଆପଶି ଗାଆଁରେ ପୋଖରୀରେ ବୁଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଅଛି। ମୃତ ଶିଶୁପୁତ୍ରର ନାଁ ଶୁଭମ ନାୟକ। ଗୁରୁତର ଶିଶୁକନ୍ୟାର ନାଁ ଭୂମି ପଇଦା।

Advertisment

ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଶୁଭମ ଓ ଭୂମି ଆଉ ତିନି ଜଣ ଛୁଆଙ୍କ ସହିତ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଶୁଭମ ଓ ଭୂମି ବୁଡ଼ି ଯାଇଥିଲେ। ଅନ୍ୟ ଛୁଆମାନଙ୍କ ପାଟି ଶୁଣି ପାଖରେ ଥିବା କିଛି ଲୋକ ଧାଇଁ ଆସି ଶୁଭମ ଓ ଭୂମିଙ୍କୁ ଉଦ୍ଧାର କରିଥିଲେ।

ଶୁଭମଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଭୂମିଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁଭମଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଠାକୁରମୁଣ୍ଡା ଡାକ୍ତରଖାନାରେ ରଖାଯାଇଛି।

Advertisment

ଅଙ୍ଗନବାଡ଼ି ଦିଦି ଶକୁନ୍ତଳା ନାୟକ କହିଛନ୍ତି ଯେ ଶୁଭମ ଓ ଭୂମି ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥିଲେ। ଛୁଟି ହେବା ପରେ ସେ ନିଜେ ସେମାନଙ୍କୁ ଓ ଅନ୍ୟ ପିଲାମାନଙ୍କୁ ଘରେ ଛାଡ଼ି ଥିଲେ। ପିଲାଙ୍କୁ ଛାଡ଼ି ସେ ଅଙ୍ଗନବାଡ଼ି କେନ୍ଦ୍ରରେ ବସି କିଛି କାମ କରୁଥିବା ବେଳେ ଦୁଇ ଜଣ ଛୁଆ ବୁଡ଼ିଗଲେ ବୋଲି ପାଟି ଶୁଣିଥିଲେ। ସେ ଘଟଣାସ୍ଥଳକୁ ଯାଇଥିଲେ। ସ୍ଥାନୀୟ କିଛି ଲୋକ ଶୁଭମ ଓ ଭୂମିଙ୍କୁ ପାଣିରୁ ବାହାର କରିଥିଲେ।

Anganwadi Drowning