Advertisment

ଦୋଳ ମେଲଣ ଦେଖି ଫେରୁଥିଲେ; କଲଭର୍ଟ ତଳକୁ ଖସିପଡ଼ିଲା ଅଟୋ

ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବାବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

କଲଭର୍ଟ ତଳକୁ ଭାରସାମ୍ୟ ଖସିପଡ଼ିଲା ଅଟୋ। ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବାବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟମାନଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକା ଜଣଙ୍କ ହେଲେ ଦାଶି ମୁଦୁଲି। ସମସ୍ତ ମୃତାହତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ବରଗଛ ଗାଁର ବୋଲି ଜଣାପଡିଛି।

ଗତକାଲି ରାତିରେ ବରଗଛ ଗାଁର ଡ୍ରାଇଭର ସମେତ ୧୬ ଜଣ ଏକ ଅଟୋରେ ଦୋଳପୂର୍ଣ୍ଣିମା ମେଲଣ ଦେଖିବାକୁ ଯାଇଥିଲେ। ଆଜି ସକାଳେ ଅଟୋ ଯୋଗେ ଘରକୁ ଫେରୁଥିଲେ। ଫେରିବା ସମୟରେ ଅଟୋଟି ଭାରସାମ୍ୟ ମୁନ୍ଦାର ଗାଁ ନିକଟରେ କଲଭର୍ଟ ତଳକୁ ଖସି ପଡ଼ିଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Koraput