Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ବାଲେଶ୍ୱର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥର ଅମରା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସାର୍ଥା ଅଞ୍ଚଳର ରାଜେଶ୍ୱର ମହାନ୍ତି। ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଆଜି ସକାଳେ ଏକ ବାଇକ୍‌ରେ ୩ ଜଣ ସାଙ୍ଗ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା।ସମସ୍ତେ ତଳେ ଛିଟିକି ତଳେ ପଡ଼ି ଯାଇଥିଲେ। ଜଣେ ବାଇକ ଆରୋହୀଙ୍କ ଉପରେ ଟ୍ରକ୍ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। 

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। 

Advertisment
Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe