Advertisment

କୀର୍ତ୍ତନ ସାରି ଫେରୁଥିଲେ ୩ ଯୁବକ; ମାଡ଼ିଗଲା ଟ୍ରକ୍

ଆଜି ସକାଳେ ୩ ଜଣ ଯୁବକ କୀର୍ତ୍ତନ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

କୀର୍ତ୍ତନ ସାରି ୩ ଜଣ ଯୁବକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ବାଟରେ ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ୍। ବାଲେଶ୍ୱର ଜିଲ୍ଲା ସୋର ଥାନା ବରଫକଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଶ ଗୁରୁତର ଆହତ ହୋଇଛନ୍ତି।

Advertisment

ଆହତ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଖଇରା ଥାନା ଡାଲଙ୍ଗ ଗାଁର ହୋଇଥିବା ବେଳେ ଆହତ ଦ୍ୱୟ ସୋର ଥାନା ଆଟପୁର ଗାଁର ବୋଲି ଜଣାଯାଇଛି।

ଆଜି ସକାଳେ ୩ ଜଣ ଯୁବକ କୀର୍ତ୍ତନ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ବରଫକଳ ଛକ ନିକଟରେ ସେମାନଙ୍କ ସ୍କୁଟିକୁ ଏକ ଟ୍ରକ୍  ପଛରୁ ଧକ୍କା ଦେଇଥିଲା। ଜଣେ ଯୁବକ ସ୍କୁଟିରୁ ଛିଟିକି ତଳେ ପଡ଼ି ଯାଇଥିଲେ। ତାଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe