Advertisment

ଘର ଉପରେ ମାଡ଼ିଗଲା କଣ୍ଟେନର; ବୃଦ୍ଧା ମୃତ, ୨ଆହତ

ଗତକାଲି ରାତିରେ କଣ୍ଟେନରଟି ରାୟପୁରରୁ ବରଗଡ଼ ଅଭିମୁଖେ ଯାଉଥିଲା।

Accident

Accident

Advertisment

ଘର ଉପରେ ମାଡ଼ିଗଲା କଣ୍ଟେନର। ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ପୁଅ ଓ ବୋହୂ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବିକା ତାଣ୍ଡି। ଆହତ ଦ୍ୱୟଙ୍କୁ  ଜିଲ୍ଲା ମୁଖ୍ୟ
ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। 

Advertisment

ଗତକାଲି ରାତିରେ କଣ୍ଟେନରଟି ରାୟପୁରରୁ ବରଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଅମ୍ବିକାଙ୍କ ଘର ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଆଜବେଷ୍ଟ ଘରଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣାରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅବୋହୂ ଗୁରୁତର ଆହତ ହୋଇଥିଲେ।  

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ଥିଲା। ସୋହେଲା-ଛତିଶଗଡ଼ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ। ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। 

Advertisment
Road Accident Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe