ରାଜଧାନୀ ଭୁବନେଶ୍ୱରରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍ ଦ୍ରୁତ ଗତିରେ ଆସି ଡିଭାଇଡରେ ପିଟି ହୋଇ ଅପରପାର୍ଶ୍ୱରେ ଥିବା ଏକ ବସ୍କୁ ଧକ୍କା ଦେଇଛି।
ଦୁର୍ଘଟଣାରେ କାର୍ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Also Read
ଆଜି ଭୋର ସମୟରେ ଜୟଦେବ ବିହାର ଅଭିମୁଖେ ଆସୁଥିବା ଏକ କାର୍ ଦ୍ରୁତ ଗତିରେ ଆସି ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲା। ପରେ କାର୍ଟି ଅପର ପାର୍ଶ୍ଵରେ ଥିବା ଏକ ବସ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାର୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାର୍ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଚନ୍ଦ୍ରଶେଖରପୁର ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ମଝି ଆକାଶରେ ଦୁର୍ଘଟଣା: ବିମାନକୁ ଦେଖି କାହିଁକି ଉପରକୁ କିମ୍ବା ତଳକୁ ଗଲାନି ହେଲିକପ୍ଟର?
୩୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନଦୀ ମଧ୍ୟରୁ ୧୯ ଜଣଙ୍କ ମୃତଦେହ ମିଳିଛି। ଯାତ୍ରୀବାହୀ ବିମାନରେ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ରହିଥିଲେ। ସେହିପରି ଆର୍ମି ହେଲିକପ୍ଟରରେ ୩ ଜଣ ସେନା ଅଧିକାରୀ ରହିଥିଲେ।

Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ