Advertisment

ଡିଭାଇଡରରେ ପିଟି ହୋଇ ବସ୍‌କୁ ଧକ୍କା ଦେଲା କାର୍; ଜଣେ ମୃତ, ୨ ଗୁରୁତର

ରାଜଧାନୀ ଭୁବନେଶ୍ୱରରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Road accident

Road accident

Advertisment

ରାଜଧାନୀ ଭୁବନେଶ୍ୱରରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ କାର୍‌ ଦ୍ରୁତ ଗତିରେ ଆସି ଡିଭାଇଡରେ ପିଟି ହୋଇ ଅପରପାର୍ଶ୍ୱରେ ଥିବା ଏକ ବସ୍‌କୁ ଧକ୍କା ଦେଇଛି।

Advertisment

ଦୁର୍ଘଟଣାରେ କାର୍‌ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋର ସମୟରେ ଜୟଦେବ ବିହାର ଅଭିମୁଖେ ଆସୁଥିବା ଏକ କାର୍ ଦ୍ରୁତ ଗତିରେ ଆସି ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲା। ପରେ କାର୍‌ଟି ଅପର ପାର୍ଶ୍ଵରେ ଥିବା ଏକ ବସ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାର୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଚନ୍ଦ୍ରଶେଖରପୁର ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe