Advertisment

ବିବାହ ଭୋଜିକୁ ଯାଉଥିଲେ ବାପ,ପୁଅ ଓ ଝିଅ; ଧକ୍କା ଦେଲା କାର୍

ଗତକାଲି ଲିଙ୍ଗରାଜ ତାଙ୍କ ଝିଅ ଓ ପୁଅ ମିଶି ବିବାହ ଭୋଜିରେ ଯୋଗଦେବାକୁ ଗଣ୍ଡାପଲ୍ଲୀ ଗ୍ରାମକୁ ଯାଉଥିଲେ।

police station

police station

Advertisment

ବିବାହ ଭୋଜିରେ ଯୋଗ ଦେବାକୁ ଘରୁ ଖୁସିରେ ବାହାରିଯାଇ ଯାଇଥିଲେ ବାପ,ପୁଅ ଓ ଝିଅ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହିନଥିଲା। ଗୋଟିଏ ମିନିଟରେ ସେମାନଙ୍କ ଖୁସି ପାଣି ଫୋଟକା ପରି ମିଳାଇ ଯାଇଥିଲା। ଅଜଣା ଗାଡ଼ି ଧକ୍କାରେ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ୫ ବର୍ଷୀୟ ଝିଅ ଉଷାରାଣୀ ପାତ୍ର। ଆହତ ଲିଙ୍ଗରାଜ ପାତ୍ର ଓ ତାଙ୍କ ପୁଅ ୮ ବର୍ଷୀୟ ପୁଅ ରାଜେନ୍ଦ୍ର ପାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ଲିଙ୍ଗରାଜ ତାଙ୍କ ଝିଅ ଓ ପୁଅ ମିଶି ବିବାହ ଭୋଜିରେ ଯୋଗଦେବାକୁ ଗଣ୍ଡାପଲ୍ଲୀ ଗ୍ରାମକୁ ଯାଉଥିଲେ। ଜାତୀୟ ରାଜପଥ ପାର୍ ହେଉଥିବା ବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ବାପା, ଝିଅ ଓ ପୁଅ ତଳେ ଛିଟିକି ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଲିଙ୍ଗରାଜ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣା ପରେ କାର୍ ଟ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

Ganjam Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe