Advertisment

ଡାକ୍ତରଖାନା ଯାଉଥିଲେ; ଟ୍ରକ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି।

Accident

Accident

Advertisment

ରୋଗୀକୁ ନେଇ ଡାକ୍ତରଖାନା ଯାଉଥିଲେ। ଅଧବାଟରେ ଟ୍ରକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ। କଳାହାଣ୍ଡି ଜିଲ୍ଲା ମଥୁରାଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବୋଲେରୋ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।  ଆହତମାନଙ୍କୁ ଉଦ୍ଧାର କରାଯାଇ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ଗୋଟିଏ ପରିବାର ବୋଲି ଜଣାପଡ଼ିଛି। ସମସ୍ତଙ୍କ ଘର ମହୁଲପାଟଣା ଅଞ୍ଚଳରେ ।

Advertisment

ଆଜି ସକାଳେ ପରିବାର ଲୋକେ ରୋଗୀକୁ ନେଇ ବୋଲେରୋ ଯୋଗେ ଡାକ୍ତରଖାନା ଯାଉଥିଲେ। ମଥୁରାଛକ ନିକଟରେ ବୋଲେରୋ ସହ ଟ୍ରକର ଧକ୍କା ହୋଇଥିଲା। ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ସମସ୍ତ ସଦସ୍ୟ ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ସେମାନଙ୍କୁ ବାହାର କରିଥିଲେ। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୋଲେରୋ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Kalahandi Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe