Advertisment

ପୁଅକୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’; ମାଡ଼ିଗଲା କାର୍

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
paradip

paradip

ହସଖୁସିରେ ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍‌ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ସେମାନଙ୍କ ହସଖୁସି ବେଶୀ ସମୟ ରହିନଥିଲା। କ୍ଷଣିକରେ ସବୁ କିଛି ସରିଯାଇଥିଲା। ଘରଠୁ କିଛି ବାଟ ଗଲା ପରେ ଦ୍ରୁତଗତିରେ ଏକ କାର୍‌ ଆସି ବାଇକ୍‌ ଉପରେ ମାଡ଼ି ଯାଇଥିଲା।  ଦୁର୍ଘଟଣାରେ ବାପପୁଅ ବଞ୍ଚିଗଲେ ସିନା ମା’ ଛେଉଣ୍ଡ ହୋଇଯାଇଥିଲା କୁନି ପୁଅ। ଏପରି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ। ଆହତ  ସୁମନ୍ତ ବେହେରା ଓ ତାଙ୍କ ପୁଅ ଆୟୁଷଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଝିଲି ମାଝି।

Advertisment

ଆଜି ସକାଳେ ସୁମନ୍ତ ଓ ତାଙ୍କ ସ୍ତ୍ରୀ ପୁଅକୁ ଛାଡ଼ିବାକୁ ବାଇକ୍‌ରେ ସ୍କୁଲ ଯାଉଥିଲେ। ଘରଠୁ କିଛି ବାଟ ଗଲା ପରେ କଟକରୁ ଜଗତସିଂହପୁର ଅଭିମୁଖେ ଆସୁଥିବା କାର୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ବାପାମା’ ଓ ଛୁଆ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଟରେ ଝିଲିଙ୍କର ମୃତ୍ୟୁ ଘଟିଥିଲା। ବାପାପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। କାର୍‌ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। 

Advertisment
Odisha Police Jagatsinghpur Road Accident