Advertisment

ଝିଅକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ ଦମ୍ପତି; ମାଡ଼ିଗଲା ଟ୍ରଲର

ଆଜି ସକାଳେ ସ୍କୁଲରେ ଝିଅକୁ ଛାଡ଼ି ଅନ୍ୟ କୌଣସି କାମରେ ଯିବା ପାଇଁ ବାପାମା’ ଓ ଛୁଆ ବାଇକ୍ ଯୋଗେ ଘରୁ ବାହାରିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ବାପାମା’ଓ ଝିଅ ବାଇକରେ ଆସୁଥିବା ବେଳେ ମାଡ଼ିଗଲା ଟ୍ରଲର। ଝିଅ ଓ ସ୍ତ୍ରୀ ଆଗରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପାରିଜାତ ପାର୍କ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହିପାଲି ଗ୍ରାମର ଯୁକ୍ତେଶ୍ୱର ସାହୁ। ଆହତ ମା’ଓ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ସ୍କୁଲରେ ଝିଅକୁ ଛାଡ଼ି ଅନ୍ୟ କୌଣସି କାମରେ ଯିବା ପାଇଁ ବାପାମା’ ଓ ଛୁଆ ବାଇକ୍ ଯୋଗେ ଘରୁ ବାହାରିଥିଲେ। ସ୍କୁଲ ଆଉ ଅଳ୍ପ ଦୂର ଥିବା ବେଳେ ପାରିଜାତ ପାର୍କ ନିକଟରେ ଏକ ଟ୍ରଲର ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ବାପାମା’ ଓ ଛୁଆ ଛିଟିକି ତଳେ ପଡ଼ି ଯାଇଥିଲେ। ଟ୍ରଲର ଚକା ତଳେ ବାପାର ଜୀବନ ଚାଲି ଯାଇଥିବା ବେଳେ ମା’ଛୁଆ ଗୁରୁତର ଆହତ ହୋଇଥିଲେ।  ମା’ ଝିଅଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।  ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଦୁର୍ଘଟଣା ପରେ ଟ୍ରଲର ଭାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ବେଳେ ପୁଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe