Advertisment

ଟ୍ରେଲରକୁ ଧକ୍କା ଦେଲା ଟ୍ରକ୍; ଜଣେ ମୃତ; ୨ଗୁରୁତର

ଗତକାଲି ବିଳମ୍ବିତ ରାତିରେ ଚୁନାଘାଟି ବ୍ରିଜ ଉପରେ ଏକ ଟ୍ରେଲର ଠିଆ ହୋଇଥିଲା।

police station

police station

Advertisment

ଟ୍ରେଲରକୁ ଭାରସାମ୍ୟ ହରାଇ ପଛରୁ ପିଟିଲା ଟ୍ରକ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତକ ଜଣଙ୍କ ଟ୍ରକ୍ ଡ୍ରାଇଭର ବୋଲି ଜଣାଯାଇଛି। ଆହତ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଚୁନାଘାଟି ବ୍ରିଜ ଉପରେ ଏକ ଟ୍ରେଲର ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। କେବଲାଙ୍ଗ ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe