Advertisment

ଭୋଜି ଖାଇ ଫେରୁଥିଲେ ଦୁଇ ସାଙ୍ଗ; ମାଡ଼ିଗଲା ଅଜଣା ଗାଡ଼ି

ଆଜି ଭୋରରୁ ପ୍ରଫୁଲ ଓ ରଞ୍ଜିତ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗାଁରୁ ବିବାହ ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ।

Accident

Accident

Advertisment

ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ ଦୁଇ ସାଙ୍ଗ। ଅଧ ବାଟରେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡ଼ମାହାଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ପ୍ରଫୁଲ୍ଲ ପ୍ରଧାନ। ଅନ୍ୟ ଜଣେ ଯୁବକ ରଞ୍ଜିତ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଭୋରରୁ ପ୍ରଫୁଲ ଓ ରଞ୍ଜିତ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗାଁରୁ ବିବାହ ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ। ଡମାହାଣ୍ଡି ଛକ ନିକଟରେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା।

Advertisment

ଘଟଣାସ୍ଥଳରେ ପ୍ରଫୁଲଙ୍କର ମୃତ୍ୟୁ ଘଟିଥିବା ବେଳେ ରଞ୍ଜିତ ଗୁରୁତର ଆହତ ହୋଇଛନ୍ତି। ରଞ୍ଜିତଙ୍କୁ ପ୍ରଥମେ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି।

Nayagarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe