Advertisment

ଟ୍ରକ୍‌କୁ ପିଟିଲା ୧୦୮ ଆମ୍ବୁଲାନ୍ସ, ଜଣେ ମୃତ, ଦୁଇ ଗୁରୁତର

ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଟ୍ରକ୍ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

Advertisment

ଆମ୍ବୁଲାନ୍ସଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁ ଭବନରେ ଛାଡିଥିଲା। ଏହାପରେ ଗାଡ଼ିଟି ଫେରୁଥିବା ବେଳେ ରଥିଆ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତ ଗତିରେ ଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଟ୍ରକ୍‌ ପଛ ପଟକୁ ଧକ୍କା ଦେଇଥିଲା। 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକ୍‌ ପଛପଟେ ଆମ୍ବୁଲାନ୍ସଟି ଚେପା ହୋଇ ଯାଇଥିଲା। ଫଳରେ  ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି ।

Advertisment

ଖବର ପାଇ ଦମକଳ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆମ୍ବୁଲାନ୍ସଟିକୁ କାଟିବା ପରେ ଦମକଳ ବାହିନୀ କର୍ମଚାରୀ ସେଥିରୁ ଡ୍ରାଇଭରଙ୍କୁ ବାହର କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି ।  

କିଛି ଦିନ ପୂର୍ବେ ବାରିପଦାରେ ପାଟ୍ରୋଲିଂ ବେଳେ ଏକ ପୁଲିସ୍‌ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଥିଲା।  ଉକ୍ତ ସମୟରେ ବି ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଇଥିଲାର।

Accident Jajpur