Advertisment

ନାଳରେ ପଶିଗଲା ବସ୍‌; ଜଣେ ଯାତ୍ରୀ ମୃତ, ୨୦ ଗୁରୁତର

ଏହି ଦୁର୍ଘଟଣାରେ ବସ୍‌ଟି ଏକ ନାଳରେ ପଡ଼ିଯିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

Accident

Accident

Advertisment

ତାମିଲନାଡ଼ୁର ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଗତ ରାତିରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ଟି ଏକ ନାଳରେ ପଡ଼ିଯିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଛନ୍ତି।

Advertisment

ତାମିଲନାଡ଼ୁର ଚେନ୍ନାଇରୁ କୋଏମ୍ବଟୁର ଅଭିମୁଖେ ୪୫ ଯାତ୍ରୀଙ୍କୁ ଧରି ଏକ ବସ୍ ଗତକାଲି ଆସୁଥିଲା। ମାତ୍ର ଗାଡ଼ିଟି ପଜହାଭେଲ୍ଲି ଗାଁ ଅତିକ୍ରମ କରୁଥିବା ବେଳେ ଡ୍ରାଇଭରଜଣକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱ ଏକ ନାଳରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକଜଣକ କନ୍ୟାକୁମାରୀ ବାସିନ୍ଦା ମଣିକନ୍ଦନ ବୋଲି ଜଣାଯାଇଛି।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ତାମିଲନାଡ଼ୁରେ ଏକ ଲଗାଣ ବର୍ଷା ହେତୁ ସବୁ ନାଳ, ପୋଖରୀରେ ପାଣି ଭର୍ତ୍ତି ହୋଇ ରହିଛି।

Road Accident Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe