Advertisment

ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଲା ଡଲଫିନ୍ ବସ୍‌; ଡ୍ରାଇଭର ମୃତ,୨୦ ଆହତ

ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା ବସ୍‌। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ଏନ୍ଏଚ୍ ୫୫ ଜରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ବସ୍ ଡ୍ରାଇଭର ବୋଲି ଜଣାଯାଇଛି।

Advertisment

ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। 

ସୂଚନାଯୋଗ୍ୟ,ଗତକାଲି ରାତିରେ ଏନ୍ଏଚ୍ ୫୫ ଜରପଡ଼ା ଛକ ନିକଟରେ ଏକ ବାଲି ବୋଝେଇ ହାଇୱାଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଆଜି ଭୋର ସମୟରେ ବସ୍‌ଟି ହାଇୱାକୁ ଧକ୍କା ଦେଇଥିଲା। 

Advertisment
Roadaccident Anugul