/odisha-reporter/media/post_attachments/uploadimage/library/16_9/16_9_0/Accident_1709005323.jpg)
Accident
ଏକ ଅଟୋ ଉପରେ ଚଢ଼ିଗଲା ଟ୍ରକ୍। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆସିକା ମୁଖ୍ୟ ରାସ୍ତାର ରାଜପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଇଟାଭାଟି ଶ୍ରମିକ ବୋଲି ଜଣାଯାଇଛି। ଆହତମାନେ ହେଲେ ରାମନାଥ ବରଜା ଓ କୁନି ବରଜା ଓ ଫୁଲମତି ବରଜା। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
Advertisment
ଆଜି ସକାଳେ ଅଟୋଟି ଇଟା ଭାଟି ଶ୍ରମିକଙ୍କୁ ନେଇ ଦିଗପହଣ୍ଡିରୁ ପାଟପୁର ଅଭିମୁଖେ ଯାଉଥିଲା। ରାଜପୁର ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକଟି ଅଟୋ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା।
ଦିଗପହଣ୍ଡି ପୁଲିସ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ହେବାରୁ ଆହତମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
