/odisha-reporter/media/post_attachments/uploadimage/library/16_9/16_9_0/IMAGE_1719800791.jpg)
Road accident
ବିବାହ ଭୋଜିରୁ ଫେରିଲା ବେଳେ ରାସ୍ତା କଡ଼କୁ ଓଲଟିଲା କାର୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ସହର ଅମ୍ବାଦଳା ଥାନା ଅନ୍ତର୍ଗତ ବନ୍ଧଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ଭୋର ୪ଟା ସମୟରେ ୫ଜଣ ସାଙ୍ଗ ଏକ କାର୍ରେ ବରଗଡ଼ରେ ଥିବା ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ। ବନ୍ଧଗୁଡା ଗ୍ରାମ ନିକଟରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା ଅନ୍ୟଜଣେ ଯୁବକ କାର୍ ଭିତରେ ଚାପି ହୋଇ ରହିଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉକ୍ତ ଯୁବକଙ୍କୁ କାର୍ରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
